ଆମ ସ୍କୁଲ ସାର୍ - ସନ୍ଧ୍ୟାରାଣୀ ହୋତା




ଗୁରୁ ତ ଅନେକ ଜଗତେ ଅଛନ୍ତି

ତାହାର କଳନା ନାହିଁ

ପ୍ରାଥମିକ ବିଦ୍ୟାଳୟ ଗୁରୁ ସମ

ଆନ କେ ଦେଖିଛ କାହିଁ।।


ପ୍ରଥମେ ଯେ ଦିନ ପାଦ ଥାପୁ ଆମେ

ବିଦ୍ୟାଳୟ ପ୍ରାଙ୍ଗଣରେ

ଫୁଲ ଚନ୍ଦନ କୁ କପାଳରେ ଦେଇ

(ସାର୍) ପାଛୋଟି ନ୍ୟନ୍ତି ସାଦରେ।।


ମନରୁ ଆମର ଭୟ କାଢ଼ିବାକୁ

ଭାଷନ୍ତି ମଧୁର ଭାଷା

ହାତଧରି ଆମ ଶିଖାଅନ୍ତି ସାର୍

ଗଣିତ ଓ ମାତୃ ଭାଷା।।


ବିଦ୍ୟାଳୟେ ଆମ ଅନୁପସ୍ଥିତି ରେ

ଗୃହେ ଗୃହେ ଗମିଥାନ୍ତି

ସବୁରି ଦେହପା ଭଲ ମନ୍ଦ ବୁଝି

ପ୍ରତିକାର କରି ଥାନ୍ତି।।


କଠୋର ଶାସନ ସେନେହ ସରଧା

ହୋଇଛି ଯା ଠାରେ ଠୁଳ

ଏଇ ମରତରେ ସବୁଠାରୁ ବଡ଼

ସ୍କୁଲ୍ ସାର୍ ଆମର।।



ସନ୍ଧ୍ୟାରାଣୀ ହୋତା

ଡାବୁଗାଁ , ନବରଙ୍ଗପୁର

Post a Comment

0 Comments